Aditya Mahar, CC BY-SA 3.0
ବାଟ ମଙ୍ଗଳା
Bata Mangala
Bata Mangala
ମା’ ବାଟ ମଙ୍ଗଳା ହେଉଛନ୍ତି ପୁରୀ ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ (ଆଠରନଳା ନିକଟରେ) ବିରାଜମାନ ପଥଚାରୀ ଓ ଯାତ୍ରୀମାନଙ୍କର ପ୍ରଧାନ ରକ୍ଷାକାରିଣୀ ଦେବୀ। ଶ୍ରୀମନ୍ଦିରକୁ ଯାଉଥିବା ପ୍ରତ୍ୟେକ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରଥମେ ମା’ ବାଟ ମଙ୍ଗଳାଙ୍କୁ ପ୍ରଣାମ କରି ସୁରକ୍ଷିତ ଯାତ୍ରା ପାଇଁ ଆଶୀର୍ବାଦ ନିଅନ୍ତି। ବିଶ୍ୱାସ କରାଯାଏ ଯେ, ସ୍ୱୟଂ ବ୍ରହ୍ମା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିବା ବେଳେ ବାଟ ଭୁଲିଯାଇଥିଲେ ଏବଂ ମା’ ବାଟ ମଙ୍ଗଳା ତାଙ୍କୁ ସଠିକ୍ ପଥ ଦେଖାଇଥିଲେ। ଯାତ୍ରା ସୁଗମ କରିବା ଓ ସମସ୍ତ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ମା'ଙ୍କୁ ଆରାଧନା କରାଯାଏ।