ବେଡ଼ି ହନୁମାନ
Bedi Hanuman
Bedi Hanuman
ବେଡ଼ି ହନୁମାନ (ଚକ୍ର ନାରାୟଣ) ହେଉଛନ୍ତି ପୁରୀ ସମୁଦ୍ର କୂଳ ନିକଟରେ ବିରାଜମାନ ଭଗବାନ ହନୁମାନଙ୍କର ଏକ ବିଶେଷ ସ୍ୱରୂପ। ଶ୍ରୀଜଗନ୍ନାଥ ମହାପ୍ରଭୁ ନିଜ ଶ୍ରୀକ୍ଷେତ୍ରକୁ ସମୁଦ୍ରର କରାଳ ରୂପରୁ ସୁରକ୍ଷିତ ରଖିବା ପାଇଁ ହନୁମାନଙ୍କୁ ଶୃଙ୍ଖଳ (ବେଡ଼ି)ରେ ବାନ୍ଧି ଏଠାରେ ରଖିଥିବା କିମ୍ବଦନ୍ତୀ ରହିଛି। ପ୍ରଭୁ ବେଡ଼ି ହନୁମାନ ସମୁଦ୍ରକୂଳିଆ ଅଞ୍ଚଳ ଓ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦୈବୀ ବିପତ୍ତିରୁ ରକ୍ଷା କରନ୍ତି।