Sangram Keshari Senapati, CC BY-SA 4.0
ମା’ ଭଦ୍ରକାଳୀ
Maa Bhadrakali
Maa Bhadrakali
ମା’ ଭଦ୍ରକାଳୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ଆହାଲ୍ୟାପଦାଠାରେ ବିରାଜମାନ ଅତ୍ୟନ୍ତ ପ୍ରାଚୀନ, ପୌରାଣିକ ତଥା ମହିମାମୟୀ ଶାକ୍ତ ଦେବୀ। ଭଦ୍ରକ ସହରର ନାମକରଣ ମା’ ଭଦ୍ରକାଳୀଙ୍କ ନାମାନୁସାରେ ହିଁ ହୋଇଛି। ଏଠାରେ ଦେବୀ ଚତୁର୍ଭୁଜା ପାଷାଣ ପ୍ରତିମା ରୂପରେ ପୂଜା ପାଆନ୍ତି। ଦୁର୍ଗାପୂଜା, ସପ୍ତପୁରୀ ଅମାବାସ୍ୟା ଓ କାଳୀପୂଜା ସମୟରେ ମା'ଙ୍କର ବିଭିନ୍ନ ଦିବ୍ୟ ବେଶ, ଯେପରିକି ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ ଓ ରାଜରାଜେଶ୍ୱରୀ ବେଶ ଅତ୍ୟନ୍ତ ଆକର୍ଷଣୀୟ ଭାବେ କରାଯାଏ। ମା’ ଭଦ୍ରକାଳୀ ସଦାସର୍ବଦା ନିଜ ଶରଣାଗତ ଭକ୍ତମାନଙ୍କୁ ଭୟମୁକ୍ତ କରି ଶାନ୍ତି, ଆରୋଗ୍ୟ ଓ ସମୃଦ୍ଧି ପ୍ରଦାନ କରିଥାନ୍ତି।