SJ Megha, CC BY-SA 4.0
ମା’ କିଚକେଶ୍ୱରୀ
Maa Kichakeswari
Maa Kichakeswari
ମା’ କିଚକେଶ୍ୱରୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଐତିହାସିକ ଖିଚିଂଠାରେ ବିରାଜମାନ ଭଞ୍ଜ ରାଜବଂଶର ଇଷ୍ଟଦେବୀ। କଳା ମୁଗୁନି ପାଷାଣରେ ନିର୍ମିତ ସୁନ୍ଦର କଳାତ୍ମକ ମନ୍ଦିରରେ ଦେବୀ ଚାମୁଣ୍ଡା ରୂପରେ ମା’ ପୂଜା ପାଆନ୍ତି। ଏହି ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ କଳାର ଏକ ଦୁର୍ଲଭ ତଥା ଅତୁଳନୀୟ ଉଦାହରଣ ଅଟେ। ମା’ କିଚକେଶ୍ୱରୀ ଉତ୍ତର ଓଡ଼ିଶାର ଜନସାଧାରଣ ଓ ଆଦିବାସୀ ସମ୍ପ୍ରଦାୟର ମୁଖ୍ୟ ଆସ୍ଥାର କେନ୍ଦ୍ର। ଦୁର୍ଗାପୂଜା ଓ ଚୈତ୍ର ପର୍ବରେ ଏଠାରେ ବିଶେଷ ନୀତିକାନ୍ତି ସହ ଭକ୍ତଙ୍କ ଭିଡ଼ ଜମିଥାଏ।